ବାଲେଶ୍ୱର: ସଇତାନ ସାଜିଲା ବାପା । ପୁଅ ସହିତ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣିଲା ସୈତାନ ସ୍ବାମୀ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ବାପା ଫେରାର ଥିବା ବେଳେ ଘରର କିଛି ଦୂରରୁ ଏକ ଧାରୁଆ ଟାଙ୍ଗିଆକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ ଗତକାଲି ଦହମୁଣ୍ତା ଗ୍ରାମର ପଲଟୁ ଜେନା ଙ୍କ ପରିବାରରେ କୌଣସି କଥା କୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ ରେ ପାଟି ତୁଣ୍ତ ହେବା ପରେ ପଲଟୁ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ସ୍ତ୍ରୀ ଏବଂ ପୁଅକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ । ଉଭୟଙ୍କ ଚିତ୍କାର ଶୁଣି ସାହି ପଡିଶା ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ଥାନା ରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।