ପୁରୀ: ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍ପିଟାଲରେ ମାତ୍ର ୬୭ ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ତାଙ୍କର ପରୋଲୋକ ହୋଇଛି।
ସୂଚନା ଅନୁଯାୟୀ, ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିଲା। ତାଙ୍କୁ ଏକ ଘରୋଇ ହସ୍ପଟିଲାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଶେଷରେ ରବିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତଃ ରଣାର୍ଣ୍ଣବ ଦେବଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରମ୍ପରାରେ ସମ୍ପର୍ଣ୍ଣ କରାଯିବ।