ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗର ଚିଠି ଜାରି ହୋଇଛି।
ନିର୍ଦ୍ଦେଶ ଅନୁଯାୟୀ ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ। ରୋଷେଇଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି। DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ। ସବୁ ବିଦ୍ୟାଳୟରେ ଫୁଡ୍ ଟେଷ୍ଟିଂ ରେଜିଷ୍ଟର୍ ରହିବ। ପିଲାମାନଙ୍କର ଅଭିଭାବକ ବିଶେଷ କରି ମାଆ'ମାନେ ଖାଦ୍ୟ ଯାଞ୍ଚ କରିପାରିବେ।
ସୂଚନା ଅନୁଯାୟୀ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୩ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।