ଦୁର୍ଗା ପୂଜା ପରେ ଆଗକୁ ଆସୁଛି ଦୀପାବଳୀ । ଏହି ସମୟରେ ବାୟୁ ପ୍ରଦୂଷଣକୁ ଆଖିରେ ରଖି ବାଣ ଫୁଟେଇବା କୁ ନେଇ ବିଭିନ୍ନ କଟକଣା ଜାରି କରାଯାଇ ଥାଏ । ସେଥିପାଇଁ ବିଭିନ୍ନ ସ୍ଥାନରେ ବାଣ ବିକିବାରେ ରୋକ ମଧ୍ୟ ଲଗା ଯାଇଛି । ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ବେଆଇନ ଭାବରେ ବାଣ ତିଆରି କରିବାର ଘଟଣା ଦେଖିବାକୁ ମିଳିଛି ।
ଏଭଳି ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ। ସେଠାରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୁଲିସ। ସେହି ଅଞ୍ଚଳର ସଦସ୍ୟ ଦୈତାରୀ ବେହେରା ଏବଂ ଦୀନବନ୍ଧୁ ଜେନା ଲୁଚି ଛପି ବାଣ ତିଆରି କରୁଥିବାର ସୂଚନା ପାଇଥିଲା ପୋଲିସ । ଏହାପରେ ଗତକାଲି ପୁଲିସ ତାଙ୍କ ଟିମ୍ ସହ ସେହି ଗୋଦାମ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଲିସ ବିଭିନ୍ନ ପ୍ରକାରର ବାଣ ଓ ବମ ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ: ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା : ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ