ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀ ମଧ୍ଯରେ ହୋଇଛି ଗୁଳିବିନିମୟ। ଏହି ଗୁଳି ବିନିମୟରେ ୨ ହାର୍ଡ କୋର ମାଓବାଦୀ ନିହତ ହେବ ସହ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ମାଲକାନଗିରିର ବେଦେର ଜଙ୍ଗଲରେ ମାଓବାଦୀ ବେସ୍ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ତେବେ ଯବାନ ମାନଙ୍କୁ ଦେଖି ଅତର୍କିତ ଭାବେ ଗୁଳି ଚଳାଇଥିଲେ ମାଓବାଦୀ। ପାଲଟା ଜବାବରେ ଯବାନ ମାନେ ମଧ୍ୟ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ମଧ୍ୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି। ଏସପିଙ୍କ ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଏରିଆ କମିଟିର ମାଓ କମାଣ୍ଡର ମଲ୍ଲେସ ଏବଂ ଡିଭିଜନ କମାଣ୍ଡର ଅରୁଣ ସମେତ ୨୦ରୁ ୨୫ ମାଓବାଦୀ, ପୋଲିସକୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିବାର ସୂଚନା ମିଳିବ ପରେ ଏହି ସର୍ଚ୍ଚ ଅପେରସନ ଜାରି ହୋଇଥିଲା। ତେବେ ଏହି ସର୍ଚ୍ଚ ଅପେରସନରେ ଘଟଣାସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଅଧିକ ପଢନ୍ତୁ: ଓଡ଼ିଶା ପାଇଁ ଘୋଷଣା ହେଲା ଆଉ ଦୁଇଟି ନୂଆ ରେଳ ପ୍ରକଳ୍ପ