ଭଦ୍ରକ: ପଣା ସଂକ୍ରାନ୍ତିରେ ଘଟିଗଲା ଅଘଟଣ। ମହା ବିଷୁଭ ସଂକ୍ରନ୍ତିରେ ଚାରିଆଡେ ଉତ୍ସବ ମୁଖର ଥିବା ବେଳେ ଭଦ୍ରକରେ ଖେଳିଗଲା ଶୋକର ଛାୟା। ପାଟୁଆ ଯାତ୍ରା ସମୟରେ କରେଣ୍ଟ ଲାଗି ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ଅଧିକ ପଢନ୍ତୁ: ଯାତ୍ରା ଦେଖିବା ପଡିଲା ମହଙ୍ଗା; ଗାଡି ଧକ୍କାରେ ଗଲା ୩ ଜୀବନ
ଖବର ମୁତାବକ, ରବିବାର ପଣା ସଂକ୍ରାନ୍ତି ଅବସରରେ ଭଦ୍ରକ ତିହିଡି ଥାନା ହାଟୁଆରିରେ ଚାଲିଥିଲା ପାଟୁଆ ଯାତ୍ରା। ଏକ ଡିଜେ ଗାଡ଼ି ଯାତ୍ରାରେ ପ୍ରୋସେସନ କରୁଥିଲା। ହେଲେ ଠିକ୍ ଏହି ସମୟରେ ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ ଡିଜେ ଗାଡ଼ି। ଏହା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ହୃଦୟ ବିଦାରକ ଘଟଣା ପରେ ଭଦ୍ରକରେ ଖେଳିଯାଇଛି ଶୋକର ଛାୟା। କାନ୍ଦବୋବାଳିରେ ଫାଟିପଡ଼ୁଛି ସମ୍ପୂର୍ଣ୍ଣ । ସେପଟେ ଏ ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।