କୋଣାର୍କ : ହୁତୁହୁତୁ ହୋଇ ଜଳିଲା ଦୋକାନ ଘର। ଫଳରେ ଜଳିପୋଡ଼ି ପାଉଁଶ ହୋଇଗଲା ୩ଟି ଦୋକାନ। ତେବେ କୋଣାର୍କ ଥାନା ଅନ୍ତର୍ଗତ ବସ ଷ୍ଟାଣ୍ଡ ନିକଟରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କଲା ବେଳକୁ ତିନୋଟି ଦୋକନ ସମ୍ପୁର୍ଣ୍ଣ ଜଳି ମାଟିରେ ମିଶିଯାଇଥିଲା। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଏବେବି ଜଣା ପଡ଼ିନାହିଁ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ କୋଣାର୍କ ଥାନା ଅନ୍ତର୍ଗତ ବସ ଷ୍ଟାଣ୍ଡ ନିକଟରେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ କିଛି କ୍ଷଣ ମଧ୍ୟରେ ୩ଗୋଟି ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ପ୍ରାୟତଃ ଦୁଇଟି ଦୋକାନରେ ଗ୍ୟାସ ସିଲିଣ୍ଡର ଅଧିକ ବ୍ୟବହାର ହେଉଥିବା ଯୋଗୁଁ ନିଆଁର ପ୍ରକୋପ ଅତ୍ୟଧିକ ହୋଇଥିଲା। ଖବର ପାଇ ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହାସହିତ ପୋଲିସ ପହଂଚି ମଧ୍ୟ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।