ଯାଜପୁର : ଘରୋଇ କଳହର କରୁଣ ପରିଣତି। ପତ୍ନୀ ଓ ପିଲାଙ୍କ ଆଗରେ ନଦୀକୁ ଡେଇଁ ଜୀବନ ହରିବାକୁ ଉଦ୍ୟମ କଲେ ସ୍ୱାମୀ। ନଦୀରେ ପାଣି କମ ଥିବାରୁ ଅଲ୍ପକେ ବର୍ତ୍ତିଲା ଜୀବନ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିଛି। ନଦୀରେ ପାଣି କମ ଥିବାରୁ ସୁଶାନ୍ତଙ୍କ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି।ତେବେ ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ବଲ୍ଲଭିଘାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣଙ୍କ ହେଲେ ରାଜକନିକା ଅଞ୍ଚଳର ସୁକାନ୍ତ ମିଶ୍ର।