ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଅଞ୍ଚଳରେ ହୋଇଥିବା ବହୁଚର୍ଚ୍ଚିତ ମଣପ୍ପୁରମ ସୁନା ଲୁଟ ଘଟଣାରେ ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ପୋଲିସ ଆଉ ୪ ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।
ତେବେ ଏହି ଘଟଣାରେ ସମ୍ବଲପୁର ପୋଲିସ ପକ୍ଷରୁ ବଡ ଖୁଲାସା କରି କୁହାଯାଇଛି ଯେ, ସୁନା ଲୁଟ୍ କରିଥିବା ଡକାୟତମାନେ ଲୁଟ ସୁନାକୁ ବିକ୍ରି କରି ଅନ୍ୟଦେଶରୁ ମାରଣାସ୍ତ୍ର କିଣିଛନ୍ତି। ତେବେ ସମ୍ବଲପୁର ପୋଲିସ ଦିଲ୍ଲୀ ପୋଲିସ ସହାୟତାରେ ଏହି ୪ ଜଣ ଡକାୟତଙ୍କୁ ଧରାଯାଇଛି । ତେବେ ପୋଲିସ ପକ୍ଷରୁ ସୁନା ଲୁଟ କରିବା ସହ, ଲୁଟ କରି ସୁନା ନେଇଯିବା ଘଟଣାରେ ସହଯୋଗ କରିଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଏମାନଙ୍କ ଠାରୁ ପାକିସ୍ତାନ ତିଆରି ୧୪ଟି ବନ୍ଧୁକକୁ ମଧ୍ୟ ଜବତ କରିଛି ।
ଏନେଇ ସମ୍ବଲପୁର ପୋଲିସ ପକ୍ଷରୁ ପୂର୍ବରୁ ମଣପ୍ପୁରମ ସୁନା ଲୁଟ ଘଟଣାରେ ମାଷ୍ଟର ମାଇଣ୍ଡ ସୁବୋଧ ସିଂ ସହ ୪ ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ତେବେ ବର୍ତ୍ତମାନର ଗିରଫ ପରେ ମୋଟ ଗିରଫଦାରୀ ସଂଖ୍ୟା ୮ରେ ପହଞ୍ଚିଥିବା ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।