ଭୁବନେଶ୍ୱର: ଓଡ଼ିଶା କ୍ୟାଡର୍ ର ୨ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି କେନ୍ଦ୍ରୀୟ ଦାୟିତ୍ୱ । ଆଇପିଏସ୍ ରବି କାନ୍ତ ଏବଂ ମିତ୍ରଭାନୁ ମହାପାତ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଆଇପିଏସ୍ ଅଧିକାରୀ ରବି କାନ୍ତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଇନସ୍ପେକ୍ଟର୍ ଜେନେରାଲ ବା ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଆଇପିଏସ୍ ମିତ୍ରଭାନୁ ମହାପାତ୍ର ଡେପୁଟି ଇନସ୍ପେକ୍ଟର୍ ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ହୋଇଛି । ଉଭୟ ନିଯୁକ୍ତିର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ।
୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରବି କାନ୍ତ ବର୍ତ୍ତମାନ ଗୃହ ବିଭାଗର ଓଏସଡିଭାବେ କାର୍ଯ୍ୟରତ ଅଛନ୍ତି । ସେ ପୂର୍ବରୁ ଆବାସିକ ଆୟୋଗର ଆୟୁକ୍ତଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସେହିପରି ୨୦୧୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ର କିଛି ଦିନ ତଳେ ଡେପୁଟେସନ୍ରେ ଯିବା ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲେ । ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ସେ ଏସ୍ଆରସିରେ ଡିଆଇଜି ଭାବେ କାମ କରୁଥିବା ବେଳେ ବିଏସ୍ଏଫର ଡିଆଇଜି ଦାୟିତ୍ୱ ତୁଲାଇବେ ।