ବୀରମିତ୍ରପୁର: ୧୨ ଘଣ୍ଟା ପାଇଁ କୁଆଁରମୁଣ୍ଡା ବନ୍ଦ ପାଳନ । ସକାଳ ୬ରୁ କୁଆଁରମୁଣ୍ଡା ନାଗରିକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ପହଲଗାମରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଏହି ବନ୍ଦ ପାଳନ କରାଯାଉଛି । ଗତ ୨୨ ଏପ୍ରିଲରେ ଜମ୍ମୁକାଶ୍ମୀରର ପହଲଗାମରେ ଅତର୍କିତ ଭାବରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହେବା ସହିତ ଏକାଧିକ ଆହତ ମଧ୍ୟ ହୋଇଥିଲା । ଏହି ଘଟଣାକୁ ସାରା ଭାରତରେ ନିନ୍ଦା କରାଯାଉଛି । ଆତଙ୍କବାଦୀଙ୍କ ଏହି ଘଟଣାକୁ ବିରୋଧ କରାଯିବା ସହିତ ସବୁଠି ପ୍ରତିବାଦ କରାଯାଇଛି । ଏହି ଘଟଣାକୁ ନିନ୍ଦା କରି କୁଆଁରମୁଣ୍ଡା ବନ୍ଦ ପାଳନ କରାଯାଉଛି ।