ରାୟପୁର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷାବଳର ଘନ ଘନ ଏନକାଉଣ୍ଟର ପରେ ଏବେ ଥରହର ଲାଲବାହିନୀ । ହିଂସା ଛାଡ଼ି ଏବେ ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ମାଓବାଦୀ । ଏହାରି ବାରମ୍ବାର ବାରମ୍ବାର ଶାନ୍ତି ପ୍ରସ୍ତାବ ଦେଉଛି ମାଓ ସଂଗଠନ ।
ଉତ୍ତର ପଶ୍ଚିମ ସବ୍ ଜୋନାଲ୍ ବ୍ୟୁରୋ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସରକାରଙ୍କୁ ଶାନ୍ତି ପ୍ରସ୍ତାବ ଦିଆଯାଇଛି । ସମସ୍ୟାର ସମାଧାନ ଶାନ୍ତି କଥାବାର୍ତ୍ତା ଦ୍ୱାରା ହେଉ ବୋଲି କୁହାଯାଇଛି । ଶାନ୍ତି କଥାବାର୍ତ୍ତା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ଅଛୁ । ଛତିଶଗଡ଼-ତେଲେଙ୍ଗାନା ସୀମାରେ ସେନା ଅଭିଯାନକୁ ତୁରନ୍ତ ରୋକିବାକୁ ମାଓ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ମାଓ ସଂଗଠନ ପକ୍ଷରୁ ଅସ୍ତ୍ରବିରତି ପ୍ରସ୍ତାବ ଦିଆଯାଇଥିଲା ।