ପୁରୀ : ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ଜୟବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଥିବା ଜଣାପଡିବା ପରେ ବଡ଼ ମହାସ୍ନାନ କରାଯାଇଛି । ଅବକାଶ ପୂଜା ପରେ ମଇଲମ, ରୋଷହୋମ ହୋଇ ମହାପ୍ରଭୁଙ୍କ ବେଶ ହେବା ସମୟରେ ସେବାୟତ କେହି ବାନ୍ତି କରିଥିବାର ଦେଖିବାକୁ ପାଇଥିଲେ । ବଡ଼ ମହାସ୍ନାନ ପାଇଁ ବନ୍ଦ ରହିଛି ସାଧାରଣ ଦର୍ଶନ। ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହେବ l
ସୂଚନାଥାଉ କି ଯଦି କେବେ ଶ୍ରୀମନ୍ଦିର କିଛି ଅଘଟଣ ଯେମିତିକି ରକ୍ତଛିଟା ,କିମ୍ବା କାହାର ମୃତ୍ୟୁ ହୁଏ ତେବେ ତେବେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୁଏ l