ଭୁବେନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ ଭବନରେ ଶୁକ୍ରବାର ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସେହିପରି ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳ ମଧ୍ୟ ସୂଚନା ଆୟୋଗର ସଦସ୍ୟଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ସମସ୍ତଙ୍କୁ ଶପଥପାଠ କରାଇଛନ୍ତି ।
୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ଏଜିଏସୟୁଟି କ୍ୟାଡର ଅଟନ୍ତି । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିସାରିଛନ୍ତି । ସେ ଦିଲ୍ଲୀ ଫାଇନାନସିଆଲ୍ କର୍ପୋରେସନରେ ଅଧ୍ୟକ୍ଷ ସହିତ ପରିଚାଳନା ନିର୍ଦ୍ଦେଶକ ରହିଥିଲେ । ସେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଦୌଡ଼ରେ ମଧ୍ୟ ଥିଲେ । ସେ ୨୦୧୫ରେ ପଣ୍ଡିଚେରୀ ମୁଖ୍ୟ ଶାସନ ସଚିବ ଥିଲେ ।