ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେଥିପାଇଁ ଗ୍ରୀଷ୍ମ ଛୁଟି ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି। ଦିନକୁ ଦିନ ରାଜ୍ୟରେ ଅସହ୍ୟ ତାତି ସହିତ ଗୁଳୁଗୁଳି ଅନୁଭୂତ ହେଉଛି ।
ଏହି ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, " ସମସ୍ତ ବେସରକାରୀ ସ୍କୁଲ ଓ କଲେଜକୁ ଚେତାବନୀ ଦିଆଯାଇଛି"। ଛୁଟିରେ ସ୍କୁଲ ଖୋଲିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରଙ୍କ ଗ୍ରୀଷ୍ମ ପ୍ରବାହ ପାଇଁ ଯେଉଁ SOP ଜାରି କରିଛନ୍ତି । ତାହାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ନିଜ ମନମାନିରେ SOP ନ ମାନି ସ୍କୁଲ, କଲେଜ ଖୋଲିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ରୀଷ୍ମ ପ୍ରବାହକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଅତି ଆବଶ୍ୟକ ନଥିଲେ ଖରାରେ ଘରୁ ନବାହାରିବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ଏପର୍ଯ୍ୟନ୍ତ ଅଂଶୁଘାତର କିଛି ବି ଖବର ନ ଆସିଥିଲେ ମଧ୍ୟ ଅଂଶୁଘାତ ପାଇଁ ୱାର୍ଡ ପ୍ରସ୍ତୁତ ରଖିବାକୁ CHC ଓ PHCକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି ।
ଅସହ୍ୟ ତାତି ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଜୀବନ ବଞ୍ଚିବା ମୁସକିଲ ହୋଇପଡୁଛି ।