ବଲାଙ୍ଗୀରରେ ଅଘଟଣା। କାଳବୈଶାଖୀ ଫଳରେ ଅକାଳରେ ଚାଲିଗଲା ୨ ଜରଙ୍କ ଜୀବନ। ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କସାବାହାଲ ନିକଟରେ ଘଟିଛି ଏହି ଅଘଟଣ। ରାସ୍ତାରେ ଯାଉଥିବା ସମୟରେ ଗଛ ପଡିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବିକ ଶୁକ୍ରବାର ବଲାଙ୍ଗିର ଜିଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହୁ ଥିବାବେଳେ ବର୍ଷା ଓ ଘଡ଼ଘଡ଼ି ଲାଗି ରହିଥିଲା। ପୁଇଁତଳା ବ୍ଲକ ଆଠଗାଁ ରାସ୍ତାରେ ଜଣେ ଯାତ୍ରୀଙ୍କୁ ନେଇ ଏକ ଅଟୋ ଯାଉଥିଲା। ସେହି ରାସ୍ତାରେ ଯାଉଥିବାବେଳେ କସାବାହାଲ ନିକଟରେ ଅଟୋ ଉପରେ ଏକ ଗଛ ପଡ଼ିଯାଇଥିଲା। ଫଳରେ ଅଟୋରେ ବସିଥିବା ଯାତ୍ରୀ ଓ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।