ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୨ଟି ରେଳ ଷ୍ଟେସନ ନିକଟରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଜଣେ ମହିଳା ଅନ୍ୟ ଜଣେ ଯୁବକ ବୋଲି ପରିଚୟ ମିଳିଛି ।
ସୂଚନା ଅନୁସାରେ, ଭୁବନେଶ୍ୱରର ଗୋଟିଏ ବାଣୀବିହାର ଓ ଅନ୍ୟ ଏକ ଲିଙ୍ଗରାଜ ଷ୍ଟେସନ ନିକଟରୁ ଉଦ୍ଧାର୨ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଗୌରୀ ଜେନା ବୋଲି ପରିଚୟ ମିଳିଥିବାବେଳେ ଯୁବକଙ୍କର କୌଣସି ପରିଚୟ ମିଳିନାହିଁ । ଏନେଇ ପୋଲିସକୁ ସ୍ଥାନୀୟ ଲୋକ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତଦେହକୁ ଉଦ୍ଧାର କରିଘଟଣାର ତଦନ୍ତ ଜାରି କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି । ଏହି ଘଟଣା ହତ୍ୟା ନା ଜୀବନ ହାରିବା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।