ରାଜ୍ୟରେ ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ ଗଠିତ ହୋଇଛି । ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ ପରେ ରାଜ୍ୟ ସରକାର ଏହି କୋର୍ଟକୁ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି କୋର୍ଟ ଗୁଡିକ ହେଲା:
ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର
ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା
ରାୟଗଡ଼ା ଜିଲ୍ଲାର ରାୟଗଡା
ପୁରୀ ଜିଲ୍ଲାର ସତ୍ୟବାଦୀ
କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର
ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା
ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ
ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା
କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା
ସୋନପୁର ଜିଲ୍ଲାର ଉଲୁଣ୍ଡା
ବରଗଡ଼ ଜିଲ୍ଲାର ଭଟଲି
ଝାରସୁଗୁଡ଼ା ଜିଲ୍ଲାର କୋଲାବିରା
ଖୋର୍ଦ୍ଧା ଜିଲ୍ଲାର ବାଣପୁର
କୋରାପୁଟ ଜିଲ୍ଲାର ପଟାଙ୍ଗୀ
ଯାଜପୁର ଜିଲ୍ଲାର ରସୁଲପୁର କୋରେଇ ଓ ଧର୍ମଶାଳା
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ
କନ୍ଧମାଳ ଜିଲ୍ଲାର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡ଼ା
ଭଦ୍ରକ ଜିଲ୍ଲାର ତିହିଡ଼ି
ମାଲକାନଗିରି ଜିଲ୍ଲାର ଖଇରପୁଟ
ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ
ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ଧରାକୋଟ ଓ ଗଞ୍ଜାମ