ବାଙ୍କୀ: ତିଗିରିଆ ବିନ୍ଧାଣିମା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କାର୍ ସାଇଡ୍ ମାରିବାକୁ ନେଇ ବରଯାତ୍ରୀ ମାରାଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ବୈଦେଶ୍ବର ଗାଁରୁ ବିବାହ ପ୍ରୋସୋସନରେ ବର ଓ ବରଯାତ୍ରୀ ଦଳ ଆସୁଥିବା ସମୟରେ ବିନ୍ଧାଣିମା ଗାଁରେ ବରଯାତ୍ରୀ ଦଳର ତୁମୁଳକାଣ୍ଡ ହୋଇଛି । ବିପରୀତ ଦିଗରୁ ଆସୁଥିବା କାର୍ ସାଇଡ୍ ମାରିବାରୁ ବରଯାତ୍ରୀ ଦଳ ଅନ୍ୟ ଯୁବକଙ୍କ ଉପରେ ମାରାଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମାରାଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ବରଯାତ୍ରୀମାନେ କାରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହା ଏକ ନିନ୍ଦନୀୟ ଘଟଣା । ତିନି ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ବୈଦେଶ୍ୱର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି । ପୋଲିସ ରଯାତ୍ରୀ ଦଳ ପକ୍ଷରୁ ଚାରି ଜଣ ଯୁବକଙ୍କୁ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଛି ।