ନୂଆଦିଲ୍ଲୀ: ଆଇପିଏଲ୍ରେ ଚୌକା-ଛକା ବର୍ଷା ହେବା ସହ ଓ୍ଵିକେଟ୍ ପତନ ବି ହୋଇଥାଏ। ଏଥିରେ ଖେଳାଳି ସେଲିବ୍ରେସନ କରିଥାନ୍ତି। ଏହା ସହିତ ଷ୍ଟାଡିୟମରେ ଆତସବାଜି ଦେଖିବାକୁ ମିଳିଥାଏ। ବିଶେଷ କରି ନିଜ ଦଳର ଚିୟରଗାର୍ଲ୍ସ ଏହି ସମୟରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ସବୁ ଫ୍ରାଞ୍ଚାଇଜ ନିଜ ଦଳ ପାଇଁ ଚୌକା-ଛକାର ସେବିବ୍ରେସନ ପାଇଁ ଚିୟରଗାର୍ଲ୍ସ ରଖିଥାନ୍ତି।ଚୌକା-ଛକାର ତାଳେ ତାଳେ ଚିୟରଗାର୍ଲ୍ସ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆମୋଦିତ କରିବା ସହ ମାହୋଲକୁ ରଙ୍ଗାରଙ୍ଗ କରିଥାନ୍ତି।
ମ୍ୟାଚ୍ ସମୟରେ ଦୁଇ ଦଳର ଚିୟରଗାର୍ଲ୍ସ ଷ୍ଟାଡିୟହମରେ ଉପସ୍ଥିତ ରୁହନ୍ତି। ବ୍ୟାଟିଂ କରୁଥିବା ଦଳର ଚୌକା-ଛକା ସମୟରେ ସେହି ଦଳର ଚିୟରଗାର୍ଲ୍ସ ଖୁସିରେ ନାଚିଥାନ୍ତି। ଠିକ୍ ସେହିପରି ବୋଲିଂ କରୁଥିବା ଦଳ ଓ୍ଵିକେଟ୍ ନେଲେ ସେହି ଦଳର ଚିୟରଗାର୍ଲ୍ସ ନୃତ୍ୟ ପ୍ରଦର୍ଶନ କରନ୍ତି। ତେବେ ଆପଣ ଜାଣିଛନ୍ତି କି ଚିୟରଗାର୍ଲ୍ସଙ୍କୁ ଗୋଟିଏ ମ୍ୟାଚ୍ ପାଇଁ କେତେ ଫି ମିଳିଥାଏ।
ଆଇପିଏଲଏସଏସନ ଡଟ୍ କମର ରିପୋର୍ଟ ଅନୁଯାୟୀ, ଚିୟରଗାର୍ଲ୍ସଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ୧୨ ହଜାର ଟଙ୍କାରୁ ନେଇ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରାମି ମିଳିଥାଏ। ଚିୟରଗାର୍ଲ୍ସଙ୍କ ପାରିଶ୍ରମିକ ଦଳ ହିସାବରେ ଅଲଗା ଅଲଗା ରହିଛି। କୋଲକାତା ନାଇଟ୍ ରାଇଡର୍ସ ନିଜର ଚିୟରଗାର୍ଲ୍ସଙ୍କୁ ସବୁଠୁ ଅଧିକ ପାରିଶ୍ରମିକ ଦେଇଥାଏ। କେକେଆର ନିଜର ଚିୟରଗାର୍ଲ୍ସଙ୍କୁ ମ୍ୟାଚ୍ ପିଛା ୨୪ ହଜାର ଟଙ୍କା ଦେଇଥାଏ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଏହି ଦୁଇ ଫ୍ରାଞ୍ଚାଇଜ ନିଜର ଚିୟରଲିଡର୍ସଙ୍କୁ ମ୍ୟାଚ୍ ପିଛା ୨୦ ହଜାର ଟଙ୍କା ଦେଇଥାନ୍ତି। ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ ସମେତ ବାକି ସବୁ ଫ୍ରାଞ୍ଚାଇଜ ନିଜର ଚିୟରଲିଡର୍ସଙ୍କୁ ମ୍ୟାଚ୍ ପିଛା ୧୨ ହଜାର ଟଙ୍କାରୁ ୧୭ ହଜାର ଟଙ୍କା ଦେଇଥାନ୍ତି।
ଚିୟରଲିଡର୍ସଙ୍କୁ ଏହି ବେତନ ବ୍ୟତୀତ ଅତିରିକ୍ତ ଲାଭ ମଧ୍ୟ ମିଳିଥାଏ। କିଛି ଫ୍ରାଞ୍ଚାଇଜ ଦଳ ଜିତିଲେ କିମ୍ବା ପ୍ରଦର୍ଶନ ଆଧାରରେ ଚିୟରଗାର୍ଲ୍ସଙ୍କୁ ଅତିରିକ୍ତ ଅର୍ଥ ଦେଇଥାନ୍ତି। ଏହା ବ୍ୟତୀତ ଚିୟରଲିଡର୍ସଙ୍କ ଯିବା ଆସିବା ଏବଂ ଖାଇବା ଖର୍ଚ୍ଚ ସବୁ ଫ୍ରାଞ୍ଚାଇଜ ବହନ କରିଥାନ୍ତି। ଚିୟରଲିଡର୍ସ ବା ଚିୟରଗାର୍ଲ୍ସଙ୍କ ଏହି ଦରମା ଗତ ଆଇପିଏଲ୍ ସିଜିନର ତଥ୍ୟ ଉପରେ ଆଧାରିତ। ତେବେ ଆଇପିଏଲ୍ ୨୦୨୫ ପାଇଁ ଦରମାରେ କିଛି ପରିବର୍ତ୍ତନ ଥାଇପାରେ।