କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ଭିସା ବଳରେ ସେମାନେ ଭାରତ ରହିଛନ୍ତି । ପେହେଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଭାରତରେ ପାକିସ୍ତାନୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କମିଶନରେଟ ପୋଲିସ ତରଫରୁ ପାକିସ୍ତାନୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନ ଲୋକଙ୍କୁ ଚିହ୍ନଟ କରି ଗୃହ ବିଭାଗକୁ ପୋଲିସ ଜଣାଇବ । ଭିନ୍ନ ଭିନ୍ନ ଭିସା ଆଧାରରେ ଏମାନେ ବିଭିନ୍ନ ବ୍ୟକ୍ତିଗତ କାରଣ ପାଇଁ କଟକ ଆସି ଥିବା ଜଣାପଡିଛି। କମିଶନରେଟ ପୋଲିସ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରଯାଇଛି। ଏମାନଙ୍କୁ ଚିହ୍ନଟ କରି ଗୃହ ବିଭାଗକୁ ତଥ୍ୟ ଦେବ କମିଶନରେଟ ପୋଲିସ। ଗୃହ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ପରେ କମିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିଛନ୍ତି ଯେ ସମସ୍ତ ପାକିସ୍ତାନୀଙ୍କୁ ଚିହ୍ନଟ କରାଯାଇଛି।