ମୁମ୍ବାଇ: ୫୨ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ସଚିନ ଦୁନିଆର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟର । ଯାହାଙ୍କ ନାଁରେ ରହିଛି କ୍ରିକେଟର ପ୍ରାୟ ସବୁ ରେକର୍ଡ । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍ ଓ ଶତକର ରେକର୍ଡ ମାଷ୍ଟର ବ୍ଲାଷ୍ଟରଙ୍କ ନାଁରେ ରହିଛି । ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୩୪ହଜାରରୁ ଅଧିକ ରହିଛନ୍ତି। ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମଡିଆରେ ବହୁ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ରେକର୍ଡର ରାଜା
ଯେତେବେଳେ ସଚିନ ୧୯୮୯ ରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ, କେହି ଭାବି ନଥିଲେ ଯେ ଗୋଟିଏ ଦିନ ଏହି ଛୋଟ ପିଲା ଏହି ଖେଳରେ ନିଜର ଶ୍ରେଷ୍ଠତା ହାସଲ କରିବ। ସର୍ବକାଳୀନ ମହାନ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଉଥିବା ସଚିନ ହେଉଛନ୍ତି ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ବିଶ୍ୱର ଏକମାତ୍ର ଖେଳାଳି।
ହୁଏତ ଆପଣଙ୍କ ମଧ୍ୟରୁ ଅନେକ ଏହା ମଧ୍ୟ ଜାଣିଥିବେ ଯେ ସଚିନଙ୍କ ନାମ ପ୍ରସିଦ୍ଧ ସଂଗୀତଜ୍ଞ ସଚିନ ଦେବ ବର୍ମନଙ୍କ ନାମରେ ରଖାଯାଇଛି। ସଚିନଙ୍କ ପିତା ରମେଶ ତେନ୍ଦୁଲକର ବର୍ମନଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହାନ ବ୍ୟାଟସମ୍ୟାନ ସଚିନ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ। ଏହି ବୟସରେ ମଧ୍ୟ ବହୁତ ଫିଟ୍ ଦେଖାଯାଉଥିବା ସଚିନ ଖାଇବାକୁ ବହୁତ ପସନ୍ଦ କରନ୍ତି।