ସୁନ୍ଦରଗଡ: ଯାତ୍ରା ହେଲା କାଳ। ଗତକାଲି ରାମନବମୀ ଯାତ୍ରା ଦେଖିବାକୁ ଯାଇଥିଲେ ହେଲେ ବାଟରେ ଘଟିଗଲା ଅଘଟଣ। ଅଜଣା ଗାଡି ଧକ୍କାରେ ଚାଲିଗଲା ୩ ନିରୀହ ଜୀବନ। ଏପରି ଗୋଟିଏ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡ ଗାଁ ଥାନା ଥାନା ଅନ୍ତର୍ଗତ ମରିଚିମୁଣ୍ତା ନିକଟରେ।
ଅଧିକ ପଢନ୍ତୁ: ଅଶୁଭ ହେଲା ପଣା ସଂକ୍ରାନ୍ତି; ଚାଲିଗଲା ୨ ଜୀବନ
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାମ ନବମୀ ଯାତ୍ରା ଦେଖି ଫେରିବା ସମୟରେ ୩ ବାଇକ ଆରୋହୀ ମୃତ୍ୟୁ ହୋଇଛି। ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ପ୍ରାଣ ବାୟୁ ଉଡିଯାଥିଲା। ତିନି ଜଣ ମୃତକ ହେଉଛନ୍ତି ବିରତୁଲା ଗାଁର। ଏହା ସହିତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି।