ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୧ ତାରିଖରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଦୁର୍ଗାପାଲିସ୍ଥିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିପାଇଁ ଆସନ୍ତାକାଲି ଏପ୍ରିଲ ୧୭ ତାରିଖ ଦିବା ୧୧ ଘଟିକା ଠାରୁ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ ସର୍ବାଧିକ ୧୦୦୦ ଜଣ ନାମ ପଞ୍ଜୀକରଣ କରିପାରିବେ । ଏପ୍ରିଲ ୨୧, ସକାଳ ୮ଟା ସମୟରୁ ଦରଖାସ୍ତକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ ।