ସମ୍ବଲପୁର : ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର। ଶୁକ୍ରବାର ରାତିରେ ସେ ସମ୍ବଲପୁର ଠାରେ ପହଞ୍ଚିଛନ୍ତି । ପ୍ରଥମେ ସମ୍ବଲପୁର ପହଞ୍ଚିବା ପରେ ସମ୍ବଲପୁର ଅଧିଷ୍ଠାତ୍ରୀ ଓ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ ଯାଇ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଥିଲେ।
ସୂଚନାଯୋଗ୍ୟ ଆଇଆଇଏମ୍ ( IIM )ସମ୍ବଲପୁରର ସମାବର୍ତ୍ତନ ଉତ୍ସବ ଓ ଭିସୁଟରେ ମଧ୍ୟ ଏକ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମିଶ୍ର ଯୋଗଦାନ କରିବାକୁ ସମ୍ବଲପୁର ଆସିଥିବା ନେଇ ସୂଚନା ମିଳିଛି।
ଏହି ଅବସରରେ ସମ୍ବଲପୁର ସମଲେଶ୍ଵରୀ ମନ୍ଦିର ଠାରେ ଜିଲ୍ଲା ପ୍ରଶାସନର ସବୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ମିଶ୍ରଙ୍କୁ ସମ୍ବଲପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର ହେଉଛନ୍ତି ସମ୍ବଲପୁର ମାଟିର ପୁଅ।