ବାଲେଶ୍ୱର: ଅନଲାଇନ୍ ଖେଳ ପଡିଲା ମହଙ୍ଗା। ଆଜିକାଲି ଲୋକ କୋଟି ପତି ହେବା ନିଶାରେ ଏହି ଖେଳ ଖେଳୁଛନ୍ତି, କିନ୍ତୁ ଖେଳ ଯେ ସବୁକିଛି ଛଡାଇ ନେବ କିଏ ଜାଣୁଛି। ଏହି ଭଳି ଗୋଟିଏ ଅଘଟଣ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ। ତେଘରି ଗ୍ରାମର ସୌରଜିତ ରାୟ ଅନଲାଇନ୍ ରେ ଗେମ୍ ଖେଳି ଜୀବନ ହାରି ଦେବାକୁ ଉଦ୍ୟମ କରିଛନ୍ତି।
ସୂଚନା ଅନୁସାରେ, ସୌରଜିତ ଜୁପି ଲୁଡ ଖେଳି ୫ ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ। ପୂର୍ବରୁ ବହୁ ବାର ଜୀବନ ହାରିବା ପାଇଁ ଚେଷ୍ଟା କରିଥିଲେ। ଆଜି ସକାଳୁ ନିଜକୁ ଛୁରୀ ରେ ବାରମ୍ବାର ଆଘାତ କରିଛନ୍ତି। ଫଳରେ ସେ ଗୁରୁତର ଅବସ୍ଥାରେ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସୌରଜିତ ରାୟ ଜଣେ ଘରୋଇ ଟିଉସନ ଶିକ୍ଷକ ଥିବାଜଣା ପଡିଛି।