ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀ ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା । ଏନେଇ ଉପମମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ ରାଜ୍ଯ ସରକାର ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ , ଆସନ୍ତା ଏପ୍ରିଲ ୨୪ରେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ । ପୁରୀ ଠାରେ ପଞ୍ଚାୟତିରାଜ୍ ଦିବସ ଅବସରରେ ଏହି ଟଙ୍କା ବାଣ୍ଟିବେ ସରକାର । ଏପ୍ରିଲ ୨୪ ତାରିଖ ଅର୍ଥାତ ଆଉ ମାତ୍ର ୪ ଦିନ ପରେ ହିତାଧୀକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ବାଦ ଥିବା ୧ ଲକ୍ଷ ୭୦ ହାଜର ମହିଳା ଏକା ଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ଟଙ୍କା ୧୦ ହଜାର ଏକାଥରେ ପାଇବେ ହିତାଧିକାରୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାମାନଙ୍କୁ କେବଳ ଟଙ୍କା ମିଳିବ । ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ପରେ ଆବେଦନ କରିଥିବେ, ସେମାନଙ୍କୁ ଟଙ୍କା ମିଳିବନି ।
ଅଧିକ ପଢନ୍ତୁ :- ନବୀନଙ୍କ ଫଲ୍ସ ନ୍ୟାରେଟିଭ୍ ମନ୍ତବ୍ୟ ଉପରେ ବିଜେପିର ଜବାବ