ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ସଭାପତି ଦିଲୀପ ଘୋଷ ୬୧ ବର୍ଷ ବୟସରେ ହାତରୁ ଦି ହାତ ହୋଇଛନ୍ତି। ପଶ୍ଚିମବଙ୍ଗର ବିଜେପି ମହିଳା ଯୁବମୋର୍ଚ୍ଚାର ନେତ୍ରୀ ୫୧ ବର୍ଷୀୟ ରିଙ୍କୁ ମଜୁମଦାରଙ୍କୁ ସେ ନିଜ ଜୀବନସାଥୀ ବାଛିଛନ୍ତି । ନିଜ ବାସଭବନରେ ରିଙ୍କୁଙ୍କ ସହ ବିବାହ ସମ୍ପନ୍ନ ହୋଇଛି । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଆଜିଯାଏଁ ଅବିବାହିତ ଥିବ ୬୦ ବର୍ଷୀୟ ବିଜେପି ନେତାଙ୍କ ଏହି ବିବାହ ଖବରକୁ ନେଇ ପଶ୍ଚିମବଙ୍ଗରେ ରାଜନୀତିରେ ଚର୍ଚ୍ଚାରେ ବିଷୟ ପାଲଟିଛି । ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲରେ ସାକ୍ଷାତକାର ବେଳେ ରିଙ୍କୁ ସେମାନଙ୍କ ଭିତରେ ସମ୍ପର୍କ କିଭଳି ହେଲା, କିଏ ଆଗେ ପ୍ରସ୍ତାବ ଦେଇଥିଲେ ତାହା ଗଣମାଧ୍ୟମରେ ବଖାଣିଛନ୍ତି ।
ରିଙ୍କୁଙ୍କ ସହ କେମିତି ହେଲା ସମ୍ପର୍କ?
ରିଙ୍କୁ କହିଛନ୍ତି, ୨୦୨୩ରୁ ସେ ବିଜେପିରେ ସାଙ୍ଗଠନିକ ଭାବେ ଜଡିତ ଥିଲେ । ଯେତେବେଳେ ଦିଲ୍ଲୀପ ଘୋଷ ବିଧାୟକ ଓ ସାଂସଦ ଥିଲେ ସେତେବେଳେ ସେ ତାଙ୍କ ସାଥିରେ କେବେ କଥା ହୋଇନଥିଲେ । ୨୦୨୧ ନିର୍ବାଚନ ପୂର୍ବରୁ ଇଡେନ ପାର୍କରେ ଉଭୟଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ଏବଂ ଚଳିତ ଲୋକସଭା ନିର୍ବାଚନ ବେଳକୁ ସେମାନଙ୍କ ସର୍ମ୍ପକ ଅଧିକ ଘନିଷ୍ଠ ହୋଇଥିଲା । କିନ୍ତୁ ଏହା ପ୍ରେମ ନଥିଲା, ସାଧାରଣ କର୍ଥାବାର୍ତ୍ତା ଥିବା ନେଇ ରିଙ୍କୁ କହିଛନ୍ତି ।
କିଏ ପ୍ରଥମେ ପ୍ରସ୍ତାବ ଦେଲେ ?
ସାକ୍ଷାତକାରରେ ରିଙ୍କୁଙ୍କ କହିବା ମୁତାବିକ, ‘ଗତ ସେପ୍ଟେମ୍ବର ମୁଁ କାହା ସହ ବିବାହ ବନ୍ଧନରେ ବାନ୍ଧି ହେବି ଚିନ୍ତା କରୁଥିବା ବେଳେ ମୋ ଆଖିରେ ସବୁଠାରୁ ଯୋଗ୍ୟ ବ୍ୟାଚଲର ଭାବେ ତାଙ୍କ ମୁହଁ ଆସିଲା । କାରଣ ବାହାଘର ପାଇଁ ମୋର ୨ଟି ସର୍ତ୍ତ ଥିଲା, ଗୋଟିଏ ତ କଲିକତା ନ୍ୟୁଟାଉନ ଭିତରରେ କେହି ଜଣେ ମୋ ଜିବନସାଥୀ ହୁଅନ୍ତୁ, ଦ୍ୱିତୀୟତଃ ସେ ମୋର ରାଜନୈତିକ କ୍ୟାରିୟର ଗ୍ରହଣ କରୁଥିବା ଆବଶ୍ୟକ । ଏଥିଦୃଷ୍ଟିରୁ ମୁଁ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ଭାବି ବିବାହ ପାଇଁ ପ୍ରସ୍ତାବ ଦେଲି, ହେଲେ ସିଏ ପ୍ରଥମେ ଏହାକୁ ଗ୍ରହଣ କରିନଥିଲେ । ବିବାହ କରିବାକୁ ଆଗ୍ରହ ଦେଖାଇନଥିଲା । ହେଲେ ୩ ମାସ ପରେ ତାଙ୍କ ମାଙ୍କ ସହ ଆଲୋଚନା ପରେ ସେ ଏହି ପ୍ରସ୍ତାବରେ ରାଜି ହେଲେ’ ।
ତେବେ ଦିଲୀପ ପୂର୍ବରୁ ଅବିବାହିତ ଥିବାବେଳେ ରିଙ୍କୁଙ୍କ ଏହା ଦ୍ୱିତୀୟ ବିବାହ। ରିଙ୍କୁଙ୍କ ପ୍ରଥମ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଯାଇଛି । ତେବେ ତାଙ୍କର ଏକ ପୁଅ ଅଛନ୍ତି।୨୫ ବର୍ଷୀୟ ପୁତ୍ର ମଧ୍ୟ ଅଛନ୍ତି, ଯାହାଙ୍କ ନାମ ପ୍ରୀତମ ମଜୁମଦାର। ପ୍ରୀତମ ସଲ୍ଟଲେକରେ ଏକ ଆଇଟି କମ୍ପାନୀରେ କାମ କରନ୍ତି। ତେବେ ମା’ଙ୍କ ବିବାହ ଦିନ ସେ କଲିକତା ବାହାରେ ରହୁଥିବାରୁ ଆସିପାରିନଥିଲେ, ହେଲେ ମା’ଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ସବୁବେଳେ ମା’ଙ୍କ ସହ ରହିଛନ୍ତି ବୋଲି କହିଛନ୍ତି ପୁଅ ପ୍ରୀତମ ।