ନୂଆଦିଲ୍ଲୀ: UPIରେ ୨ ହଜାରରୁ ଅଧିକ ଟଙ୍କା ପଠାଇଲେ ଟ୍ୟାକ୍ସ ଲାଗିବ। ଏନେଇ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏବେ UPI ମାଧ୍ୟମରେ ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଟିକସ ଲାଗୁ ହେବ। ଏଦାବିକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ ରହିଥିବା ବେଳେ ଏବେ ଅର୍ଥମନ୍ତ୍ରଣାଳୟ ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କରିଛି।
ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି, ଯେଉଁଥିରେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ସରକାର ଏପରି କୌଣସି ପ୍ରସ୍ତାବ ବିଚାରାଧୀନ କରୁନାହାଁନ୍ତି ଏବଂ ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ଜିଏସଟି ଲାଗୁ କରିବାର କୌଣସି ଯୋଜନା ମଧ୍ୟ ନାହିଁ।ସରକାରଙ୍କ ପକ୍ଷରୁ ଏ ଘୋଷଣା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି।
ସରକାର ସୂଚନା ଦେଇଛନ୍ତି ଯେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ, ଜାନୁଆରୀ ୨୦୨୦ ରୁ MDR (ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍)କୁ ଉଚ୍ଛେଦ କରାଯାଇଛି, ଯାହା ଦ୍ଵାରା ଡିଜିଟାଲ କାରବାର ଉପରେ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ।
UPI ମାଧ୍ୟମରେ ଛୋଟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ସରଳ, ସୁଲଭ ଏବଂ ମାଗଣା ପେମେଣ୍ଟ ସୁବିଧା ପ୍ରଦାନ କରିବା ପାଇଁ, ସରକାର ୨୦୨୧ରୁ P2M (ବ୍ୟକ୍ତି-ରୁ-ବ୍ୟବସାୟୀ) କାରବାର ଉପରେ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି।
ସାରା ବିଶ୍ୱରେ ଡିଜିଟାଲ ପେମେଣ୍ଟରେ ସବୁଠୁ ଆଗରେ ଭାରତ
ACI Worldwideର ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବିଶ୍ୱର ୪୯% ଡିଜିଟାଲ୍ ପେମେଣ୍ଟ ଭାରତରେ ହୋଇଥିଲା। ୨୦୨୯-୨୦ ମସିହାରେ ୟୁପିରେ କାରବାର ୨୧.୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ଗୁଣ ବୃଦ୍ଧି ପାଇଛି। ମାର୍ଚ୍ଚ ୨୦୨୫ ରେ ଏହା ୨୬୦ କୋଟି ଟଙ୍କାକୁ ବୃଦ୍ଧି ପାଇବ। କେବଳ ବ୍ୟବସାୟୀମାନଙ୍କୁ ୫୯.୩ ଲକ୍ଷ କୋଟି ଟଙ୍କାର ପେମେଣ୍ଟ କରାଯାଇଛି, ଯାହା ଡିଜିଟାଲ୍ ପେମେଣ୍ଟ ପ୍ରତି ଗ୍ରାହକଙ୍କ ବଢ଼ୁଥିବା ବିଶ୍ୱାସକୁ ଦର୍ଶାଉଛି।