ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇଷ୍ଟର ଅବସରରେ ବଡ଼ ଘୋଷାନ କରି ୟୁକ୍ରେନରେ ଗୋଟିଏ ଦିନର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ରୁଷ ତରଫରୁ ଏକତରଫା ଭାବେ ଯୁଦ୍ଧ ବିରାମ ଘୋଷଣା କରାଯାଇଛି। ପୁଟିନ ରୁଷ ସୈନିକଙ୍କୁ ସ୍ଥାନୀୟ ସମୟ ଅନୁସାରେ ଶନିବାର ସନ୍ଧ୍ୟା ୬ଟାରୁ ରବିବାର ପର୍ୟ୍ୟନ୍ତ କାହା ଉପରେ ଆକ୍ରମଣ ନ କରିବାକୁ ଆଦେଶ ଦେଇଛନ୍ତି।
ଏହି ସମୟରେ ପୁଟିନ କହିଛନ୍ତି, ମୁଁ ଆଶା କରୁଛି ଯେ ୟୁକ୍ରେନ ମଧ୍ୟ ରୁଷ ନିଷ୍ପତ୍ତିର ସମ୍ମାନ କରିବ ଓ ଯୁଦ୍ଧ ବିରାମରେ ସହଯୋଗ କରିବ। ତଥାପି ପୁଟିନ ସେନାକୁ ୟୁକ୍ରେନ ପକ୍ଷରୁ କୌଣସି ପ୍ରକାରର ହମଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଋୁଷ ମାନବିକତା ବିଚାରକୁ ଦୃଷ୍ଟିରେ ରଖି ରବିବାରରୁ ସୋମବାର ପର୍ଯ୍ୟନ୍ତ ଇଷ୍ଟର ଅବସରରେ ଯୁଦ୍ଧବିରାମ ବା ଅସ୍ତ୍ରବିରତି ଘୋଷଣା କରୁଛି । ଏହି ସମୟରେ ସମସ୍ତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯାଉଛି । ପୁଟିନ କହିଛନ୍ତି, ଆମେ ଆଶା କରୁଛୁ ୟୁକ୍ରେନ ପକ୍ଷ ମଧ୍ୟ ଆମର ଉଦାହରଣର ଅନୁସରଣ କରିବ । ଏହା ଆମକୁ ଶତ୍ରୁ ପକ୍ଷରୁ କୌଣସି ପ୍ରକାରର ଆକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।
ପୁଟିନ କହିଛନ୍ତି, ଏହି ଇଷ୍ଟର ଯୁଦ୍ଧବିରାମରୁ ଜଣା ପଡିବ ୟୁକ୍ରେନ ଶାନ୍ତି ରାଜିନାମାର ପାଳନ କରିବା ଓ ଶାନ୍ତି ବାର୍ତ୍ତା ପ୍ରକ୍ରିୟାରେ ଭାଗ ନେବା ପାଇଁ କେତେ ଇଚ୍ଛୁକ ଏବଂ କେତେ ଗମ୍ଭୀର । ଏହା ପୂର୍ବରୁ ମଧ୍ୟ ୨୦୨୨ ଏପ୍ରିଲ ଓ ୨୦୨୩ ଜାନୁଆରୀରେ ଇଷ୍ଟର ଓ କ୍ରିସମସ ଅବସରରେ ଅସ୍ତ୍ରବିରତି ଲାଗୁ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଉଭୟ ପକ୍ଷ ଏହା ଉପରେ ସହମତି ହୋଇ ନ ଥିଲେ ।