କଟକ: ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶା (ଫାଓ)ର ନୂଆ ସଭାପତି ଭାବେ ରବିବାର ଦାୟିତ୍ଵ ଗ୍ରହଣ କଲେ ଵିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।ଆଜି ଵାରଵାଟୀକୁ ଆସି ବିଧିବଦ୍ଧ ଭାବେ ଟଙ୍କଧର ଫାଓ ସଭାପତି ପଦ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିଵା ସହ ଟଙ୍କଧର ପୂର୍ବରୁ ଫାଓ ଦାୟିତ୍ବରେ ଥିବା ପୂର୍ବତନ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି ଯେ, ପୂର୍ବତନ ସଦସ୍ୟମାନେ ଓଡିଶା ଫୁଟଵଲର ଉନ୍ନତି ପାଇଁ ଅନେକ କିଛି କରିଛନ୍ତି।ପୂର୍ଵ କର୍ମକର୍ତ୍ତା ମାନେ ଯେଉଁ କାମ ଅଧୁରା ଛାଡି ଯାଇଛନ୍ତି, ତାକୁ ଆଗକୁ ବଢାଇଵା ତାଙ୍କର ଦାୟିତ୍ଵ। ଫୁଟବଲ ସମ୍ପର୍କରେ ଯେଉଁ ମାନଙ୍କର ଅନୁଭବ ରହିଛି ବା ଅଭିଞ୍ଜତା ରହିଛି, ସେମାନଙ୍କ ପରାମର୍ଶ ଅନୁସାରେ ଓଡିଶା ଫୁଟଵଲକୁ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେବ ବୋଲି ଟଙ୍କଧର କହିଛନ୍ତି ।
ଓଡ଼ିଶାରେ ଶାସନ ପରିବର୍ତ୍ତନ ପରେ ସବୁ କ୍ରୀଡା ସଙ୍ଗଠନରେ ଵିଜେପିର ପ୍ରତିନିଧିତ୍ଵ ବଢୁଥିବା ଦେଖା ଯାଇଛି।ଫୁଟଵଲ ସହ ଅଲିମ୍ପିକ ଆସୋସିଏସନ୍ ଓ ଓସିଏରେ ଵିଜେପି ନେତା ମାନେ ପ୍ରମୁଖ ପଦ ପଦବୀରେ ରହିଲେଣି। ଏଭଳି ପରିବର୍ତ୍ତନ ଆଵଶ୍ୟକ ବୋଲି କହିଛନ୍ତି ଫାଓ ସମ୍ପାଦକ ତଥା ବରିଷ୍ଠ କ୍ରୀଡା ସଙ୍ଗଠକ ଆଶୀର୍ବାଦ ବେହେରା। ଆଶୀର୍ବାଦଙ୍କ କହିଵା ଅନୁସାରେ କ୍ରୀଡା ସଙ୍ଗଠନରେ ସରକାରୀ ଦଳର ପ୍ରତିନିଧିତ୍ବ ରହିଲେ କ୍ରୀଡା ଭିତ୍ତିଭୂମିର ଉନ୍ନତି କରିବା ସହଜ ହୋଇଥାଏ।
ସୂଚନାଯୋଗ୍ୟ, ଫେବୃଆରୀ ୨୫ ତାରିଖରେ ପଙ୍କଜ ଲୋଚନ ମହାନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ ପୂର୍ବରୁ ଏହି ପଦରେ ଥିଲେ ବିଜେଡିର ନେତା ପ୍ରଣବ ପ୍ରକାଶ ଦାସ।