ପାରାଦୀପ : ପ୍ରବଳ ବର୍ଷା ଯୋଗୁଁ ପାରାଦୀପରେ ଏଫ୍ସିଆଇ (FCI) ଶ୍ରମିକ ସଂଘ ପୂଜା କମିଟି ସମ୍ମୁଖରେ ତିଆରି ହୋଇଥିବା ବିଶ୍ୱକର୍ମା ପୂଜା ଲାଇଟ୍ ତୋରଣ ଭାଙ୍ଗି ପଡ଼ିଛି। ତୋରଣଟି ହଠାତ୍ ଭାଙ୍ଗି ଏକ ଚଳନ୍ତା କାର୍ ଉପରେ ପଡ଼ିଥିଲା, ଯାହାଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ କାର୍ ଉପରେ ଗେଟ୍ ପଡ଼ିଥିଲେ ମଧ୍ୟ ସୌଭାଗ୍ୟବଶତଃ ଡ୍ରାଇଭର ଜଣକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମେସିନ ସାହାଯ୍ୟରେ ତୋରଣର ବାଉଁଶ ଓ ଲାଇଟ୍ ଗୁଡ଼ିକୁ କାଟି ରାସ୍ତା ସଫା କରିବା ସହ ଗାଡି ଚଳାଚଳ ସ୍ୱାଭାବିକ କରିଛନ୍ତି ।
ପାରାଦୀପରେ ବିଶ୍ୱକର୍ମା ପୂଜା ଧୂମଧାମରେ ଚାଲିଥିବା ବେଳେ ବର୍ଷା ଏବଂ ପବନ ଯୋଗୁଁ ଏହି ଅଘଟଣ ଘଟିଥିବା ସୂଚନା ରହିଛି। ତେବେ ପୂଜା ସମୟରେ ବୁଲାବୁଲି କରୁଥିବା ବେଳେ ଏଭଳି ଅସ୍ଥାୟୀ ତୋରଣ ନିକଟରେ ସତର୍କ ରହିବାକୁ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।