ବାଲେଶ୍ୱର: ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। ବାଲେଶ୍ୱର ଜିଲ୍ଲା ବସ୍ତା ଷ୍ଟେସନ ନିକଟରେ ସୋମବାର ଘଟିଛି ଏହି ଦୁଃଖଦ ଘଟଣା। ରେଳ ଧାରଣା ନିକଟରୁ ଦୁଇ ମହିଳାଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତ ଦୁଇ ମହିଳାଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନାହିଁ। ସେମାନେ କେଉଁଠାର ଏବଂ କେଉଁ ପରିସ୍ଥିତିରେ ରେଳ ଧାରଣା ନିକଟକୁ ଆସିଥିଲେ, ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାଟି ଦୁର୍ଘଟଣାଜନିତ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।
ଖବର ପାଇ ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଛାନଭିନ୍ କରିବା ସହ ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି।
ଉଦ୍ଧାର ହୋଇଥିବା ଦୁଇ ମହିଳାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ପକ୍ଷରୁ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଜାରି ରହିଛି। ମହିଳା ଦୁଇଜଣଙ୍କ ପରିଚୟ ମିଳିବା ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ପୁଲିସ କହିଛି। ଏହି ଘଟଣାକୁ ନେଇ ଏବେ ତଦନ୍ତ ଜାରି ରହିଛି।