କଳାହାଣ୍ଡି : ନିର୍ଦ୍ଧାରିତ ଶୁଭ ଲଗ୍ନରେ ମା'ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ। ନବାନ୍ନ ଲାଗି ପରେ ନୂଆ ଖାଇଲେ ଗଡ଼ଜାତ ଅଞ୍ଚଳର ଲୋକେ।
ଆଜି ନୂଆଁଖାଇ ପାଇଁ ସଜବାଜ ଆଜି କଳାହାଣ୍ଡି ଜିଲା । କଳାହାଣ୍ଡିରେ ଟିକେ ନିଆରା ଢଙ୍ଗରେ ପାଳିତ ହୁଏ ନୂଆଁଖାଇ। ସବୁଠି ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ ।
କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନୂଆ ଖାଇବା ଲାଗି ହୋଇଛି । ଲଗ୍ନ ଅନୁଯାୟୀ ଆଜି ସେପ୍ଟେମ୍ବର ୨୧ ତାରିଖ ସୋମବାର ସକାଳ ୮. ଘଣ୍ଟା ୨୦ ମିନିଟରୁ ୯ ଘଣ୍ଟା ୩୦ ମିନିଟ ମଧ୍ୟରେ ମା’ଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। । ମା’ଙ୍କ ନିକଟରେ ନବାନ୍ନ ଲାଗି ପରେ ଭବାନୀପାଟଣା ସହର ସମେତ ଗଡଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ମଦନପୁର, ରାମପୁର, ମାଣିକେଶ୍ବରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ନୂଆଁଖାଇ ପର୍ବ ପାଳନ ଆରମ୍ଭ ହୋଇଛି।
କଳାହାଣ୍ଡିରେ ନୂଆଁଖାଇର ଏକ ଭିନ୍ନ ପରମ୍ପରା ରହିଛି। କୌଣସି ନିର୍ଦ୍ଦିଷ୍ଟ ତିଥିରେ ସମଗ୍ର ଜିଲାରେ ନୂଆଖାଇ ପାଳିତ ହୁଏ ନାହିଁ। ପର୍ଯ୍ୟାୟ ଭିତ୍ତିରେ ଅର୍ଥାତ୍ ଛଅଟି ପର୍ଯ୍ୟାୟରେ ଦୀର୍ଘ ୫୫ ଦିନ ଧରି କଳାହାଣ୍ଡିରେ ଏହା ପାଳିତ ହେଉଥାଏ ।