ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ହିନ୍ଦୋଳ ରୋଡ଼ ଜୟ ମହାବୀର ଷ୍ଟୋନ୍ କ୍ରସରରେ କାମ କରୁଥିବାବେଳେ ବିଦ୍ୟୁତ ଆଘାତରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ହେଉଛନ୍ତି ଯଦୁମଣି ପଟ୍ଟନାୟକ । ଯଦୁମଣିଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମୁଳିସିଂହ ଗ୍ରାମର ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କୁ ନ ଜଣାଇ ମୃତଦେହକୁ ଅନୁଗୋଳକୁ ସ୍ଥାନାନ୍ତର ନେଇ ଉତ୍ତେଜନା ଦେଖା ଦେଇଛି ।
ଯଦୁମଣି ପଟ୍ଟନାୟକ ଜୟ ମହବୀର ଷ୍ଟୋନ୍ କ୍ରସରରେ ଓଲଡିଂ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର କ୍ରସର ମାଲିକ । ପରିବାର ଲୋକଙ୍କୁ ନ ଜଣାଇ ମୃତ ଦେହ ଅନୁଗୁଳ ସ୍ଥାନାନ୍ତର କରିଦେଇଥିଲେ । ଏ ନେଇ ପରିବାର ଲୋକେ କ୍ରସର ସମ୍ମୁଖରେ ହଙ୍ଗାମା କରିବାରୁ ତାଙ୍କୁ କ୍ରସର ମାଲିକଙ୍କର କିଛି ସମ୍ପର୍କୀୟ ତଥା ଭଡାଟିଆ ଗୁଣ୍ଡାଙ୍କୁ ଲଗାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଷ୍ଟୋନ୍ କ୍ରସର ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର । ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।