ବରଗଡ଼: ବରଗଡ଼ ଜିଲ୍ଲା ଗାଏସିଲଟ୍ ବ୍ଲକ୍ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରାଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ଟଙ୍କା । ଭିଜିଲାନ୍ସ ଚଢ଼ଉ ବେଳେ କନ୍ଦାଗାଡ଼ରେ ଥିବା ବାସଭବନରୁ ୨ ଲକ୍ଷ ୯୮ ହଜାର ନଗଦ ଟଙ୍କା ମିଳିଛି । ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ ଜାରି ରହିଛି ।
ଭିଜିଲାନ୍ସ ପିଇଓଙ୍କର ମୋଟ ୬ଟି ସ୍ଥାନରେ ଚଢ଼ଉ କରିଛି । ଗାଏସିଲଟ ବ୍ଲକ କନ୍ଦାଗାଡ଼ରେ ଥିବ ୨ ମହଲା ବାସଭବବ, ଗୋଟିଏ ମାର୍କେଟ କଂପଲେକ୍ସ, ଗୋଟିଏ ଗୋଦାମ ଘର, ନିର୍ମାଣାଧୀନ ୪ ମହଲା କୋଠା, ପୈତୃକ ଘର ସହ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଛି । ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶରେ ୫ ଜଣ ଡିଏସପି, ୮ ଇନସ୍ପେକ୍ଟର, ୨ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ଏହି ଚଢ଼ଉ କରୁଛନ୍ତି ।