ନୂଆଦିଲ୍ଲୀ: ଆମେରିକା ଚୀନ ଉପରେ ୨୪୫ ପ୍ରତିଶତ ଟାରିଫ ଲଗାଇଛି । କିନ୍ତୁ ଅନ୍ୟପଟେ ଭାରତ ସମେ ତଅନେକ ଦେଶକୁ ଟାରିଫରୁ ୯୦ ଦିନର କୋହଳ ଦେଇଛି । ଏହା ଉପରେ ଚୀନର କହିବା କଥା ହୋଇପାରେ ଆମେରିକା କେବଳ ଆମ ଉପରେ ଟାରିଫ ଲଗାଇଛି, କିନ୍ତୁ ଏହାର କ୍ଷତି ସବୁ ଦେଶକୁ ଭୋଗିବାକୁ ପଡିବ । ଚୀନ କହିଛି ଆମେରିକା ଚାହୁଁଛି ଅନ୍ୟ ୭୦ ଦେଶ ଚୀନ ସହ କାରବାର କମ କରନ୍ତୁ । ହୋଇପାରେ ସେମାନେ ଚୀନଠୁ କିଣି ଉକ୍ତ ସାମାନ ଆମେରିକାକୁ ରପ୍ତାନୀ କରିବେ ।
ଡ୍ରାଗନର କହିବା କଥା ଯଦି ଚୀନ ସହ ଦୁନିଆର ସବୁ ଦେଶ କାରବାର ବନ୍ଦ କରନ୍ତି ତେବେ ବିଶ୍ୱରେ ମାନ୍ଦାବସ୍ଥା ଦେଖା ଦେବ । ଆମେରିକା ଭାବୁଛି ଚୀନ ଉପରେ ଟାରିଫ ଲଗାଇଲେ କେବଳ ଏହାର ପ୍ରଭାବ କେବଳ ଚୀନ ଉପରେ ପଡିବ । କିନ୍ତୁ ଏହାର ପ୍ରଭାବ ଦୁନିଆରେ ପଡିବ । କାରଣ ଚୀନ ଅନେକ ଦେଶକୁ ଶସ୍ତାରେ ସାମଗ୍ରୀ ରପ୍ତାନୀ କରିଥାଏ । ଚୀନର ସାମଗ୍ରୀ ହାଇଟେକ୍ ଏବଂ ଉତ୍ପାଦ ଶସ୍ତା ରହିଥାଏ । ଯଦି ଦୁନିଆର ଅର୍ଥବ୍ୟବସ୍ଥାକୁ ଚୀନଠୁ ଅଲଗା କରାଯିବ ତେବେ ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିବ । କେବଳ ଏତିକି ନୁହେଁ ଏଥିରେ ଅନେକ ଦେଶ ଉପରେ ଗୁରୁତର ପ୍ରଭାବ ପଡିବ ।
ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ହୋଇପାରେ ଚୀନ ଏବେ ଅସ୍ଥାୟୀ ଭାବେ ନେକ ଦେଶ ଉପରେ ଟାରିଫକୁ ରୋକି ଦେଇଛି । ମାତ୍ର ଆମେରିକା ପରବର୍ତ୍ତୀ ସମୟରେ ଦପକ୍ଷେପ ନେବ । ଯେଉଁ ଅସ୍ଥାୟୀ ରୋକ୍ ଲାଗିଛି ତାହା ଦିନ କେଇଟାରେ ହଟିଯିବ । ତଥ୍ୟ ଏହା କହୁଛି ଯେ, ଆମେରିକା କାହାରିକୁ ଛାଡିବ ନାହିଁ । ଆମେରିକାକୁ ଲାଗିଲା ଯେ ତାର କାର୍ଯ୍ୟାନୁଷ୍ଠାନରେ ଚୀନ ନଇଁଯିବ ।
ଆମେରିକା କେବେ ଭାବି ନ ଥିଲା ଯେ, ଆମ ପକ୍ଷରୁ ବି ଜବାବ ମିଳିବ । ଏଥିରୁ ସ୍ପଷ୍ଟ ଯେ, ଚୀନର ସ୍ଥିତି ଦୁର୍ବଳ ହୋଇ ନାହିଁ । ଆମେ ବି ପାଲଟା ଜବାବ ଦେଇ ପାରିବୁ । ଯଦି ବିଶ୍ୱସ୍ତରରେ ଅନେକ ଦେଶ ଦୃଢତାର ସହ ଆମୋରିକାର ବିରୋଧ କଲେ ଏହି ଦେଶର ଟାରିଫ ଏଜେଣ୍ଡା ଫେଲ୍ ହୋଇଯିବ । ଏପରିକି ଆମେରିକାକୁ ପଛଘୁଞ୍ଚା ଦେବାକୁ ପଡିପାରେ ବୋଲି ଗ୍ଲୋବାଲ ଟାଇମ୍ସ ନିଜ ରିପୋର୍ଟରେ ଉଲ୍ଲେଖ କରିଛି ।