ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ପରେଡ୍ ଗ୍ରାଉଣ୍ଡ ଅଞ୍ଚଳରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ମହାକୁମ୍ଭ ପାଇଁ ତମ୍ବୁ ସାମଗ୍ରୀ ଯୋଗାଣ କରୁଥିବା ଏକ କମ୍ପାନୀର ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ଅଗ୍ନିକାଣ୍ଡ ପ୍ରଭାରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି ।
ଗୋଦାମର ନିକଟରେ କାମ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଅଗ୍ନିକାଣ୍ଡ ପୂର୍ବରୁ ସିଲିଣ୍ଡର ବିସ୍ଫୋରଣର ଶବ୍ଦ ସେ ଶୁଣିବାକୁ ମିଳିଥିଲା । ଏହି ଶବ୍ଦ ଶୁଣି ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ସେତେବେଳକୁ ଗୋଦାମ ଘରଟି ଜଳୁଥିଲା । ଏହା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିକାଣ୍ଡର ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ମୁତୟନ ହୋଇଛନ୍ତି ।
ରିପୋର୍ଟ ଲେଖିଲା ବେଳକୁ, ଅଗ୍ନିକାଣ୍ଡ ପ୍ରଭାବରେ କାହାର କଣ କ୍ଷତି ହୋଇଛି ଓ ମୃତାହତଙ୍କର କୌଣସି ସୂଚନା ମିଳିନାହିଁ । ପ୍ରୟାଗରାଜର ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଜୀବ କୁମାର ପାଣ୍ଡେ କହିଛନ୍ତି ଯେ," ଭୟାବହ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଛଅଟି ଦମକଳ ଗାଡି ନିୟୋଜିତ କରାଯାଇଛି । ଆହୁରି ଅତିରିକ୍ତ ଦମକଳ ଗାଡି ନିଅଁ ଲିଭାଇବା ପାଇଁ ମୁତୟନ କରିଛନ୍ତି ।