ହରିୟାଣା: ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଆଇସିୟୁ ଭିତରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ହସ୍ପିଟାଲରେ ଜଣେ କାମ କରୁଥିବା ଟେକ୍ନିସିଆନଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛି ବିହାର ମୁଜାଫରପୁର ବାସିନ୍ଦା ୨୫ ବର୍ଷୀୟ ଯୁବକ ଦୀପକ। ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ।
ପୋଲିସ ସୁତ୍ରରୁ ଜଣାପଡ଼ିଛି, ଅଭିଯୁକ୍ତ ଜଣକ ଘରୋଇ ବିଶ୍ୱବିଦ୍ୟାଳୟରୁ 'ଅପରେସନ୍ ଥିଏଟର ଟେକ୍ନୋଲୋଜି'ରେ ସ୍ନାତକ କରିବା ପରେ ପାଞ୍ଚ ମାସ ପୂର୍ବରୁ ଏହି ହସ୍ପିଟାଲରେ କାମ କରିବା ଆରମ୍ଭ କରିଥିଲା। ତେବେ ପୋଲିସ କହିଛି ଯେ ୮ଶହ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ହସ୍ପିଟାଲ କର୍ମଚାରୀଙ୍କୁ ପଚରାଉଚରା କରିବା ଏବଂ ବିଭିନ୍ନ ତଥ୍ୟ ତଦନ୍ତ କରିବା ପରେ ସେମାନେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି। ଆଇସିୟୁ ଭିତରେ ପୀଡ଼ିତା ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିବା ପରେ ୫୦ ରୁ ଅଧିକ ହସ୍ପିଟାଲ କର୍ମଚାରୀ ଏବଂ କିଛି ଡାକ୍ତରଙ୍କୁ ପଚରାଉଚରା କରାଯାଇଥିଲା ଏବଂ ୮୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ସ୍କାନ କରାଯାଇଥିଲା। ଶେଷରେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଥିବା କହିଛନ୍ତି ଡିସିପି।
ସୂଚନା ମୁତାବିକ, ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଜଣକ ହେଉଛନ୍ତି ୪୬ ବର୍ଷୀୟ ଜଣେ ଏୟାର ହଷ୍ଟେସ। ଅପ୍ରେଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ । ତେବେ ଗାଧେଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ୧୩ ଅପ୍ରେଲରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହିଳା ଜଣକ ନିଜ ସ୍ୱାମୀଙ୍କ ଆଗେ ସବୁ କଥା କହିଥିଲେ। ଏହାପରେ ପୀଡ଼ିତାଙ୍କ ସ୍ୱାମୀକୁ ପୋଲିସକୁ ଏନେଇ ସୂଚନା ଦେଇଥିଲେ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୫ ଏପ୍ରିଲ ତାଙ୍କ ସ୍ବାମୀ ଚିକିତ୍ସା ପାଇଁ ଏକ ହସପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ୧୩ ଏପ୍ରିଲରେ ହସପିଟାଲରୁ ଡିସଚାର୍ଜ ମିଳିଥିଲା । ତେବେ ଚିକିତ୍ସା ସମୟରେ ଏପ୍ରିଲ ୬ ତାରିଖରେ ମହିଳା ଜଣକ ଭେଣ୍ଟିଲେଟରରେ ଥିବା ବେଳେ ହସପିଟାଲର କିଛି କର୍ମଚାରୀ ଦୁଷ୍କର୍ମ କରିଥିଲେ । ଭେଣ୍ଟିଲେଟରେ ଥିବା ଯୋଗୁଁ କଥା କହିପାରୁନଥିଲେ। ଏହି ଘଟଣା ସମୟରେ ଦୁଇ ଜଣ ନର୍ସ ମଧ୍ୟ ପାଖରେ ଥିବା ମହିଳା ଜଣକ ଅଭିଯୋଗ କରିଥିଲେ। ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ତତତ୍ପତା ଦେଖାଇଥିଲା ହରିୟାଣା ପୋଲିସ। ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।
ଅଧିକ ପଢନ୍ତୁ: ଆଇସିୟୁରେ ଚିକିତ୍ସା ବେଳେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ; ହରିୟାଣାର ଘରୋଇ ହସ୍ପିଟାଲରୁ ଆସିଲା ହୃଦୟ ବିଦାରକ ଘଟଣା