ରାୟଗଡ଼ା : ଅଧା ବାଟରେ ଅଟକିଲା ଟ୍ରେନ୍ । ଅଚଳ ହେଲା ପେଣ୍ଟୋଗ୍ରାଫ୍ । ଅଟକିଲା ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ । ସୂଚନା ଅନୁଯାୟୀ ଆଜି (ଶନିବାର)ଭୋରରୁ ରାଉରକେଲାରୁ ଜଗଦଳପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସର ଇଞ୍ଜିନର ପେଣ୍ଟୋଗ୍ରାଫ୍ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହୋଇଯାଇଛି । ଫଳରେ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଦୀର୍ଘ ସମୟ ଧରି ଟ୍ରେନ୍ ଅଟକି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ ଲାଇନ ସହ ଟ୍ରେନ୍ କୁ ସଂଯୋଗ କରିଥାଏ ପେଣ୍ଟୋଗ୍ରାଫ୍ ।
ତେବେ ଗତକାଲି ସନ୍ଧ୍ୟାରେ ମଧ୍ଯ ଜୟପୁର କୋରାପୁଟ ରୁଟରେ ଥିବା ଜରଟି ନିକଟରେ ଏକ ମାଲବାହି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍ରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଥିଲା।