ସମ୍ବଲପୁର ; ସମ୍ବଲପୁର ଜିଲ୍ଲା ଗୋଳାମୁଣ୍ଡା ଓଭରବ୍ରିଜ ନିକଟରେ ଏକ ଅଘଟଣ ଘଟିଯାଇଛି । ଯାତ୍ରୀବାହୀ ବସକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି । ଯାହା ଫଳରେ ବସଟି ଓଲଟି ପଡିଥିବା ବେଳେ କଣ୍ଡକ୍ଟର ଜଣଙ୍କ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ , ଦକ୍ଷିଣକାଳୀ ନାମକ ଏକ ଯାତ୍ରୀବାହୀ ବସ ପ୍ରତ୍ୟେକ ଦିନ ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ଫେରିଥାଏ । କିନ୍ତୁ ଶନିବାର ଅର୍ଥାତ ଆଜି ଭୋର ସମୟରେ ବସଟି ବୁର୍ଲା ଗୋଳଗୁଣ୍ଡା ଓଭରବ୍ରିଜ ନିକଟରେ ଯାଉଥିବା ସମୟରେ ଏକ ଟ୍ରକ ପଛପଟୁ ବସକୁ ଧକ୍କା ଦେଇଥିଲା । ଯାହା ଫଳରେ ବସଟି ରାସ୍ତା କଡକୁ ଓଲଟି ପଡିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କଣ୍ଡକ୍ଟର ଜଣଙ୍କ ଆହତ ହୋଇଥିବା ଜଣାପଡିଛି । ତେବେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।