ମୁମ୍ବାଇ: ଅଜୟ ଦେବଗନ ଗତ କିଛି ଦିନ ଧରି ତାଙ୍କର ଆଗାମୀ ଫିଲ୍ମ 'ରେଡ୍ ୨'କୁ ନେଇ ଖବରରେ ଅଛନ୍ତି। ତାଙ୍କର ଏହି ଫିଲ୍ମ ୧ ମେ’ରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ବାନୀ କପୁର ନଜର ଆସିବେ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ, ନିର୍ମାତାମାନେ ଏହି ଫିଲ୍ମର ଏକ ଗୀତ ରିଲିଜ୍ କରିଛନ୍ତି, ଯାହାର ଶୀର୍ଷକ ହେଉଛି 'ତୁମ୍ହେ ଦିଲ୍ଲଗୀ'। କିନ୍ତୁ, ଲୋକମାନେ ଏହି ଗୀତକୁ ସେତେଟା ପସନ୍ଦ କରୁନାହାଁନ୍ତି।
'ତୁମ୍ହେ ଦିଲାଗି' ହେଉଛି ନୁସରତ ଫତେହ ଅଲି ଖାନଙ୍କ ଏକ ପ୍ରସିଦ୍ଧ କାୱାଲୀ, ଯାହାକୁ 'ରେଡ୍ ୨' ପାଇଁ ପୁନଃ ନିର୍ମାଣ କରାଯାଇଛି। ଏହି ଗୀତଟିକୁ ଜୁବିନ୍ ନୌଟିୟାଲ୍ କଣ୍ଠଦାନ କରିଛନ୍ତି। କିନ୍ତୁ, ଲୋକମାନେ କୁହଛନ୍ତିନ୍ତି ଯେ ନୁସରତ ଫତେହ ଅଲ୍ଲୀ ଖାନଙ୍କ କଣ୍ଠରେ ଯାହା ଥିଲା, ତାହା ଜୁବିନଙ୍କ କଣ୍ଠରେ ଦେଖାଯାଉନାହିଁ। ୟୁଟ୍ୟୁବର କମେଣ୍ଟ ବକ୍ସରେ ଲୋକମାନେ ଅନେକ ମନ୍ତବ୍ୟ ଲେଖୁଛନ୍ତି।
ଜଣେ ବ୍ୟବହାରକାରୀ କମେଣ୍ଟ କରିଛନ୍ତି, "ତୁମେ ଏତେ ଭଲ କୱାଲିକୁ ନଷ୍ଟ କରିଦେଲ।" ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ମାଷ୍ଟରପିସ୍ ନଷ୍ଟ କରନାହିଁ।" ସେହିପରି ଅନ୍ୟ ଜଣେ ଲେଖିଛନ୍ତି, "ନୁସରତ ଫତେହ ଅଲ୍ଲୀ ଖାନଙ୍କୁ କେହି ଛାଡିପାରିବେ ନାହିଁ।" ଆଉ ଜଣେ ଲେଖିଛନ୍ତି, "ନୁସରତ ଫତେହ ଅଲ୍ଲୀ ଖାନଙ୍କ କଣ୍ଠସ୍ୱରରେ ଯାଦୁ ଥିଲା।"
ଏହି ଗୀତ ଉପରେ ଲୋକଙ୍କଠାରୁ ଏପରି ଆହୁରି ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଭିଡିଓର ବର୍ଣ୍ଣନାରେ ନିର୍ମାତାମାନେ ଏହି ଗୀତ ପାଇଁ ନୁସରତ ଫତେହ ଅଲ୍ଲୀ ଖାନଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଜୁବିନ୍ ନୌଟିୟାଲଙ୍କ ପୂର୍ବରୁ ନୁସରତ ଫତେହ ଅଲ୍ଲୀ ଖାନଙ୍କ ଭଣଜା ଏବଂ ବରିଷ୍ଠ ଗାୟକ ରାହତ ଫତେହ ଅଲ୍ଲୀ ଖାନ ମଧ୍ୟ ଏହି ଗୀତଟି ଗାଇ ସାରିଛନ୍ତି।
ଏହି ଗୀତରେ ଅଜୟ ଦେବଗନ ଏବଂ ବାନୀ କପୁରଙ୍କ ଯୋଡ଼ି ବହୁତ ସୁନ୍ଦର ଦେଖାଯାଉଛି। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରିତେଶ ଦେଶମୁଖ ମଧ୍ୟ ନଜର ଆସିବେ। ତାଙ୍କୁ ଏକ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିବ। ଏହାର ଅର୍ଥ ହେଉଛି ଫିଲ୍ମରେ ଅଜୟ ଏବଂ ରିତେଶଙ୍କ ମଧ୍ୟରେ ଏକ ସଂଘର୍ଷ ଦେଖିବାକୁ ମିଳିବ।