ଭୁବନେଶ୍ୱର ; ବିବାହ ଋତୁରେ ଚିନ୍ତା ବଢାଇଛି ସୁନା ଦର । କମିବାର ନାଁ ନେଉନି ବରଂ ଦିନକୁ ଦିନ ଦର ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଆଉ କେବେ କମିବ ସୁନା ଦର ତାକୁ ଗ୍ରାହକ ଅନାଇ ବସିଛନ୍ତି ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୬, ୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୮୮ ହଜାର ୧୫୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୬ ହଜାର ୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮ ହଜାର ୧୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୬, ୧୭୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୮ ,୧୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୬, ୩୨୦ ଟଙ୍କା ଓ ୨୨ କ୍ୟାରେଟ୍ ୮୮,୩୦୦ଟଙ୍କା ରହିଛି ।
ଏହାସହ ଆଗକୁ ସୁନା ଦର ୧ଲକ୍ଷ ୩୦ ହଜାର ଛୁଇଁବା ଅନୁମାନ କରିଛି ବିଦେଶୀ ନିବେଶକ ବ୍ୟାଙ୍କ ଗୋଲଡମ୍ୟାନ୍ ସାଚସ । ତେବେ ଆମେରିକା-ଚୀନ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଏ ବର୍ଷ ସୁନା ଦର ନୂଆ ରେକର୍ଡ କରିପାରେ ବୋଲି ଅନୁମାନ କରାଯାଉଛି ।