ଭୁବନେଶ୍ୱର: ଶ୍ରୀକାନ୍ତ ଜେନା ସମାଜବାଦୀ ପାର୍ଟିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲେ, ତାହା ଉପରୁ ହଟିଛି ପରଦା। ଅଖିଳେଶ ଯାଦବଙ୍କ ସହ ସାକ୍ଷାତକାର ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗଣମାଧ୍ୟମରେ କହିଛନ୍ତି, ମୁଁ କଂଗ୍ରେସ ଥିଲି ଆଉ ଆଗକୁ ବି ରହିବି। ଏଥିସହ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋରଦାର ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଅଖିଳେଶ ଭେଟିବେ ପ୍ରଶ୍ନରେ, ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି ଯେ, କହିଲେ, ଅଖିଳେଶ ଯାଦବ ନିଶ୍ଚୟ ପିସିସି ସଭାପତିଙ୍କୁ ଭେଟିବେ । ସେହିପରି, ଜାତିଗତ ଜନଗଣନା ନେଇ ରାହୁଲ ଗାନ୍ଧୀ ଦାବି କରି ସାରିଛନ୍ତି । ଯେଉଁମାନେ ଚାହୁଁଛନ୍ତି ‘ଇଣ୍ଡିଆ’ ବ୍ଲକ୍ ରେ ସାମିଲ ହୋଇପାରିବେ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ।
ଆଜି ଅଖିଳେଶ ଯାଦବ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ସେ ଶ୍ରୀକାନ୍ତ ଜେନାଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ଅଖିଳେଶ କହିଥିଲେ ଯେ, ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି କହିଥିଲେ ଅଖିଳେଶ । ଯାହାକୁ ନେଇ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସମସ୍ତ ସସପେନ୍ସର ଅନ୍ତ ଘଟାଇଛନ୍ତି ଶ୍ରୀଜେନା କଂଗ୍ରେସ ଛାଡ଼ି ଏବେ କୁଆଡେ ଯିବେନି ବୋଲି କହିଛନ୍ତି। ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା ବୋଲି ସେ କହିଛନ୍ତି।