ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଛି। ଅକ୍ଟୋବର ମାସରେ ଲଘୁଚାପ ସୃଷ୍ଟି ଆଉ ଅବପାତ ପାଇଁ ବାତ୍ୟା ସମ୍ଭାବନାକୁ ନେଇ ଆଶଙ୍କା ବଢିଛି । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ମାସରେ ବାତ୍ୟା ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶାକୁ ଉପରେ ଏହାର ପ୍ରଭାବ ରହିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
Read More >