ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ଏକ ସର୍ଭେ ରିପୋର୍ଟରୁ କିଛି ତଥ୍ୟ ସାମନାକୁ ଆସିଛି | ଆଗରୁ ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟତା ହାସଲ କରିଛନ୍ତି ବୋଲି ରିପୋର୍ଟ ଆସେ ଆଜି ସେହି ‘ଇଣ୍ଡିଆ ଟୁଡେ’ର ଆଉ ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ଖୁବ ଜୋରରେ କମୁଥିବାର ଜଣାପଡୁଛି ଯାହା ବିଜେଡି ଶାସକ ଦଳଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଦର୍ଶାଯାଇଛି।
‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର ୭୮.୧% ଲୋକ ପସନ୍ଦ କରିଥିବାବେଳେ ଏବେ ତାହା ୬୧.୩%କୁ ଖସିଯାଇଛି। ଅର୍ଥାତ୍ ବର୍ଷକ ଭିତରେ ଏହା ୧୬.୮% ପ୍ରତିଶତ ଖସିଯାଇଛି। ଅନ୍ୟପଟରେ ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ସେହି ରାଜ୍ୟଗୁଡ଼ିକର ଲୋକଙ୍କ ମତ ଦେଖିଲେ, ବର୍ଷକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଲୋକପ୍ରିୟତା ଏବେ ୫୩.୩% ରୁ ୫୯.୧%କୁ ବୃଦ୍ଧି ପାଇଛି। ବଡ଼କଥା ହେଉଛି 'ଇଣ୍ଡିଆ ଟୁଡେ’ ପକ୍ଷରୁ ଜାନୁଆରୀ ମାସରେ କରାଯାଇଥିବା ଆଉ ଏକ ସର୍ଭେରେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖସୁଥିବା ଦର୍ଶାଯାଇଥିଲା। ବର୍ଷେ ତଳେ ନବୀନଙ୍କ ଲୋକପ୍ରିୟତା ୭୮.୧% ଥିବାବେଳେ, ଗତ ଜାନୁଆରୀରେ ୭୩.୨%, ଆଉ ଏବେ ୬୧.୩%କୁ ଖସିବା ଚିନ୍ତାର ବିଷୟ ବୋଲି ‘ଇଣ୍ଡିଆ ଟୁଡେ’ ପତ୍ରିକାରେ ଦର୍ଶାଯାଇଛି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖସିବା ପାଇଁ କେଉଁ କାରଣ ଦାୟୀ, ସେ ନେଇ ବିଶ୍ଲେଷଣ ଆରମ୍ଭ ହୋଇଯାଇଛି। ‘ଇଣ୍ଡିଆ ଟୁଡେ’ ତାର ଏହି ନମୁନା ସର୍ଭେରେ ରାଜ୍ୟର ୩,୭୬0 ଜଣ ଲୋକଙ୍କ ମତ ନେଇଥିବା ଦର୍ଶାଇଛି। ସେ ଯାହାବି ହେଉ ନବୀନ ବାବୁଙ୍କ ଲୋକପ୍ରିୟତା ଏବେ କାଠଗଡ଼ାରେ ଛିଡ଼ା ହୋଇଛି।
ଅଧିକ ପଢ଼ନ୍ତୁ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ୨ଟି ହୁଲକ ଗିବନ୍ , ହିମାଳୟ ଭାଲୁ ,ଘୁଷୁରୀ ଓ ଲାଞ୍ଜି ମାଙ୍କଡ଼