କଟକ: ଅଳିଆ ଗଦାରେ ପଡିଛି କୋଟି କେଟି ଟଙ୍କାର ମେଡିସିନ୍ । ମେଡିସିନ୍ ଗୁଡିକର ଏକ୍ସପାରୀ ଡେଟ୍ ଯାଇ ନଥିବା ବେଳେ ମେଡିସିନ ଗୁଡିକୁ ଫୋପାଡି ଦିଆଯାଇଛି । ଏଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନଡ଼ିଆ ସାହସପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ । ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସାଧାରଣ ଲୋକ ଟିଏ ମେଡିସିନ୍ ପାଇଁ ହନ୍ତସନ୍ତ ହେଉଥିବାବେଳେ ଏଠି କୋଟି କୋଟି ଟଙ୍କାର ଔଷଧ ଖତ ଖାଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏହି ସରକାରୀ ମେଡିସିନ୍ ଲୋକଙ୍କୁ ଦେବା ପରିବର୍ତ୍ତେ କିଏ ଓ କଣ ପାଇଁ ଅଳିଆ ଗଦାରେ ପକାଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବଢିବାରେ ଲାଗଛି ।