ମାଲକାନଗିରି : କୋଟିଏ ଟଙ୍କାର ଗଞ୍ଜେଇ ଜବତ। ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ୧ କୁଇଣ୍ଟାଲ ୨୫୦ କେଜି ଗଞ୍ଜେଇ ଜବତ କଲା କାଳିମେଳା ପୋଲିସ। ତେବେ ୫୪ ଟି ପ୍ଲାଷ୍ଟିକ ବ୍ୟାଗରେ ଗଛିତ ଥିଲା ଏହି ଗଞ୍ଜେଇ ପୁଡିଆ। ତେବେ ଉକ୍ତ ଚୋରା ଗଞ୍ଜେଇ କାରବାର କରୁଥିବା କାହାକୁ ଗିରଫ କରିପାରିନାହିଁ ପୋଲିସ। ତେଣୁ ଏ ନେଇ ଅଧିକ ତଦନ୍ତ କରୁଛି କାଲିମେଳା ପୋଲିସ ।
ସୂଚନା ଅନୁସାରେ, କାଲିମେଳା ବ୍ଲକ୍ ଅନ୍ତର୍ଗତ ବେଜାଙ୍ଗିୱାଡା ଅଞ୍ଚଳରୁ ଜଙ୍ଗଲରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ। ଏହାପରେ ନିଜ ଟିମ ସହିତ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ। ଚଢ଼ାଉ ବେଳେ ଉକ୍ତ ସ୍ଥାନରୁ ୫୪ ଟି ପ୍ଲାଷ୍ଟିକ ବ୍ୟାଗରେ ଗଞ୍ଜେଇ ପୁଡିଆ ମିଳିଥିଲା। ହେଲେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଲୋକମାନେ ଫେରାର ହୋଇଯାଇଥିଲେ। ତେବେ ପ୍ରାୟ ୧ କୁଇଣ୍ଟାଲ ୨୫୦ କେଜି ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ସୂଚନା ଦେଇଛି ପୋଲିସ। ଏହାସହିତ ଉକ୍ତ ସ୍ଥାନରେ ତଦନ୍ତ ମଧ୍ୟ ଜାରି ରଖିଛି।
ଅଧିକ ପଢନ୍ତୁ ; ରାଜଧାନୀରେ ସକାଳୁ ସକାଳୁ ଶୀତ, ଦିନରେ ତାତି ଅନୁଭୂତ