ଭୁବନେଶ୍ୱର : ରାଜଧାନୀରେ ପୁଣି ଅନୁଭୂତ ହେଲା ଶୀତ। ସକାଳୁ ସକାଳୁ କୋହଲା ପାଗ ସାଙ୍ଗକୁ ଶୀତ ଅନୁଭୂତ କରିଛନ୍ତି ରାଜଧାନୀବାସୀ। ତେବେ ପାଣିପାଗ ବିଭାଗ ପକ୍ଷରୁ ରାତିର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢିବା ନେଇ ସୂଚନା ରହିଛି। କିନ୍ତୁ ପାଗରେ ଅନବରତ ପରିବର୍ତ୍ତନ ହେଉଛି। ସକାଳୁ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ବେଳା ତାତି ଅନୁଭୂତ ହେଉଛି। ତେଣୁ ଓଡ଼ିଶାବାସୀ ଗୋଟିଏ ଦିନରେ ଶୀତ ସହିତ ଗରମ ମଧ୍ୟ ଅନୁଭବ କରୁଛନ୍ତି।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା କମିଛି। ଫଳରେ ସକାଳୁ ଶୀତ ଅନୁଭବ କଲେନି ରାଜଧାନୀବାସୀ। ତେବେ ଆଜି ସକାଳୁ ଶୀତ ହେଉଛି ସତ କିନ୍ତୁ ରାଜ୍ୟରେ ଦିନର ତାପମାତ୍ରା ଆହୁରି ଅଧିକ ବଢିବ। ଏପରିକି ଚଳିତ ବର୍ଷ ଶୀତ ପରି ମଧ୍ୟ ମାତ୍ରାଧିକ ଗରମ ଅନୁଭବ କରିବେ ଓଡ଼ିଶାବାସୀ। ଏପରିକି ଆସନ୍ତା ୨ ଦିନ ତାପମାତ୍ରା ଆହୁରି ଅଧିକ ବଢିବ। ଯାହାଫଳରେ ରାତି ତାପମାତ୍ରା ୨୦ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ରହିଛି। ଭୁବନେଶ୍ୱର , କଟକ ,ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇ ପାରେ।
ଅଧିକ ପଢନ୍ତୁ ; ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦର ଶୁଣାଣି