ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମିସିସିପି ଉପକୂଳ ନିକଟସ୍ଥ 'ହର୍ଣ୍ଣ ଆଇଲ୍ୟାଣ୍ଡ' ନିକଟରେ ଏକ 'ସେସ୍ନା' (Cessna) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଦୁଇ ଶିଶୁଙ୍କ ସମେତ ମୋଟ ୬ ଜଣ ଯାତ୍ରୀଙ୍କ ନିଖୋଜ ହୋଇଯାଇଛନ୍ତି । ଆମେରିକୀୟ ତଟରକ୍ଷୀ ବାହିନୀ ପକ୍ଷରୁ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି ।
'ସେସ୍ନା ସେଞ୍ଚୁରିଆନ୍ ୨୧୦' ନାମକ ଏହି ବିମାନଟି ନ୍ୟୁ ଅର୍ଲିନ୍ସ ଲେକ୍ଫ୍ରଣ୍ଟ ବିମାନବନ୍ଦରରୁ ଫ୍ଲୋରିଡାର ଫୋର୍ଟ ମାୟର୍ସ ସ୍ଥିତ 'ପେଜ୍ ଫିଲ୍ଡ' ଅଭିମୁଖେ ଯାଉଥିଲା। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩:୪୫ ସମୟରେ ବିମାନଟି 'ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍' (FAA) ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା।
କୋଷ୍ଟ ଗାର୍ଡ ପକ୍ଷରୁ କୁହାଯାଇଛି ଯେ, 'ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍' (FAA) ଠାରୁ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଉଦ୍ଧାରକାରୀ ଦଳ ହର୍ଣ୍ଣ ଦ୍ୱୀପର ଉତ୍ତର-ପୂର୍ବ ଦିଗରେ ସମୁଦ୍ରରେ ଖୋଜୁଛି । ସମୁଦ୍ରରେ ଖୋଜାଖୋଜି ଅଭିଯାନ ସମୟରେ ତଟରକ୍ଷୀ ବାହିନୀ)କର୍ମଚାରୀମାନେ ବିମାନର କିଛି ଭଗ୍ନାବଶେଷ, ଏକ ଲାଇଫ୍ ରାଫ୍ଟ ଏବଂ ତିନୋଟି ଲାଇଫ୍ ଜ୍ୟାକେଟ୍ ଉଦ୍ଧାର କରିଛନ୍ତି। ବିମାନରେ ଚାରି ଜଣ ବୟସ୍କ ଏବଂ ଆଠରୁ ୧୨ ବର୍ଷ ବୟସ ମଧ୍ୟରେ ଥିବା ଦୁଇ ଜଣ ଶିଶୁ ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟିବା ପୂର୍ବରୁ ବିମାନଟି ପ୍ରତି ମିନିଟରେ ପ୍ରାୟ ୧୦,୦୦୦ ଫୁଟ୍ ହାରରେ ତଳକୁ ଖସୁଥିଲା।
ଏଫ୍ଏଏର ଜଣେ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩:୩୦ ସମୟରେ ପାସ୍କାଗୁଲାର ଦକ୍ଷିଣ-ପଶ୍ଚିମ ଦିଗରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ, ବିମାନରେ ଠିକ୍ କେତେ ଜଣ ଲୋକ ଥିଲେ, ସେ ବିଷୟରେ ମୁଖପାତ୍ର କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଏଫ୍ଏଏ ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ଏହି ଦୁର୍ଘଟଣାର ତଦନ୍ତ କରିବେ।